Odisha Link
Bridging the Missing Links in Odisha

ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରୁଥିବା ଅଭିଯୋଗ, ଜମ୍ମୁ କଶ୍ମୀରର ୬ଟି ଠିକଣାରେ ଚଢ଼ାଉ

ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଏନଆଇଏ ଏହି ବଡ କାର୍ଯ୍ୟାନୁଷ୍ଠାନ କରିଛି।

ଓଏଲ୍‌ ବ୍ୟୁରୋ: ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ଜମ୍ମୁ କଶ୍ମୀରର ୬ଟି ଠିକଣାରେ ରେଡ୍ କରୁଛି ଏନଆଇଏ। ପାକିସ୍ତାନରେ ବସିଥିବା ଆତଙ୍କବାଦୀ କଶ୍ମୀରରେ ଏଜେଣ୍ଟ ରଖି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ରହିଛି। ଏମିତିକି ଆବଶ୍ୟକ ପାଣ୍ଠି ଯୋଗାଉଥିବା ଏନଆଇଏ ଜାଣିବାକୁ ପାଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଏନଆଇଏ ଏହି ବଡ କାର୍ଯ୍ୟାନୁଷ୍ଠାନ କରିଛି। ଏନେଇ ଜମ୍ମୁ କଶ୍ମୀରର ୬ଟି ଠିକଣାରେ ଚଢ଼ାଉ ଜାରି ରହିଛି। ଏଥିରେ ସିଆରପିଏଫ ଓ ଜମ୍ମୁ କଶ୍ମୀର ପୁଲିସ ଉପସ୍ଥିତ ରହିଛନ୍ତି। ଜମ୍ମୁ କଶ୍ମୀରର ୬ଟି ଠିକଣାରେ ତଦନ୍ତ ଜାରି ରହିଛି।