Odisha Link
Bridging the Missing Links in Odisha

ତାତିରୁ ମିଳିଲା ତ୍ରାହି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ପବନ ଜାରି

ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ନିସ୍ତାର। ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେଘାଚ୍ଛନ ଆକାଶ। ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ଆରମ୍ଭ। ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀ ତାଣ୍ଡବ ରଚିଛି। ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ, ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଚଳିତବର୍ଷ କେରଳକୁ ମୌସୁମୀ ଡେରିରେ ଆସିବ। ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଚଳିତ ବର୍ଷ ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ। ସାଧାରଣ ଭାବେ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ।

ରାଜ୍ୟରେ କେବେ ମୌସୁମୀ ପ୍ରବାହ ଆରମ୍ଭ ହେବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।

Leave A Reply

Your email address will not be published.