ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ
ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ନୀଳାଦ୍ରି ବିହାରରେ ଜଣେ ଇଂଜିନିୟରିଂ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ମୃତ ଛାତ୍ର ହେଲେ ନୀଳାଚଳ ପଲିଟେକନିକ୍ସର ସତ୍ୟ ସ୍ବରୂପ ପଣ୍ଡା। ଇଂଜିନିୟରିଂ କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମୃତ୍ୟୁ ପଛରେ କାରଣ କଣ ଥାଇପାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପୁଲିସ ଏନେଇ ତଦନ୍ତ ଜାରି କରିଛି। ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଖବର ଅନୁସାରେ, ପାଠ ପଢା ବୟସରେ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସୁଛି। ଯେଉଁ ବୟସରେ ଜୀବନର ଉନ୍ନତି କରି ପରିବାର କଥା ଭାବିବା କଥା ସେ ବୟସରେ ନିଜ ଜୀବନ ପ୍ରତି ଲୋଭ ଛଡାଇ ନେଉଛନ୍ତି କିଛି ଯୁବ ପିଢ଼ି। ବାରମ୍ବାର ଏଭଳି ଖବର ସାମ୍ନାକୁ ଆସୁଥିବାରୁ କଣ ପାଇଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ପ୍ରଶ୍ନ ସୃଷ୍ଟି ହେଉଛି।