ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସେକସନ୍ ଅଫିସର
୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ।

ଓଏଲ୍ ବ୍ୟୁରୋ: ମେଡିସିନ ଷ୍ଟୋର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଧରାପଡ଼ିଲେ ସେକସନ୍ ଅଫିସର। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ହେଲେ ଖାଦ୍ୟ ସୁରକ୍ଷା କମିଶନ ଅଫିସ୍ର ସେକସନ୍ ଅଫିସର ଗିରିଜା ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ମେଡିସିନ ଷ୍ଟୋର ଫାର୍ମାସିଷ୍ଟଙ୍କ ନା ବଦଳାଇବା ପାଇଁ ଲାଞ୍ଚ ନେଉଥିଲେ। ଡ୍ରଗ୍ସ କଣ୍ଟ୍ରୋଲର ଅଫିସ୍ର ଷ୍ଟାଫଙ୍କୁ ପ୍ରଭାବିତ କରି ବଦଳାଇବେ କହିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରିଜାଙ୍କ ୨ଟି ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।