Odisha Link
Bridging the Missing Links in Odisha

ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୨ ଜଣଙ୍କ ଜୀବନ

ଦୁର୍ଘଟଣାରେ ଏଏସଆଇ ଓ ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିଲେ।

ଓଏଲ୍‌ ବ୍ୟୁରୋ: ବୌଦ୍ଧ ଜିଲ୍ଲା କମଳପୁର ଛକ ନିକଟରେ ଘଟିଥିବା ଏକ ଭୟାବହ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ ବୋଲେରୋକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ବୋଲେରୋର ଡ୍ରାଇଭର ପ୍ରଶାନ୍ତ ଓ ବାଉଁଶୁଣି ଥାନାର ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ଏକ ପ୍ରାଇଭେଟ୍‌ ବୋଲେରୋରେ ପୁଲିସ ଯାଉଥିବା ବେଳେ କମଳପୁର ଛକ ନିକଟରେ ଧକ୍କା ଦେଲା ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌। ଦୁର୍ଘଟଣାରେ ଏଏସଆଇ ଓ ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିଲେ।

ଖବର ଅନୁସାରେ, କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ ବାଉଁଶୁଣି ଥାନାର ଏଏସଆଇ ଓ ଦୁଇଜଣ ହୋମଗାର୍ଡ। ସେହି ସମୟରେ ଗୋଟିଏ ଟ୍ରକ ଧକ୍କା ଦେବାରୁ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇପଡ଼ିଥିଲା। ତେବେ ଗୁରୁତର ଏଏସଆଇ ଓ ବାଉଁଶୁଣି ଥାନାର ଅନ୍ୟଜଣେ ହୋମାଗାର୍ଡଙ୍କୁ ବୌଧ ମେଡିକାଲରେ ଭର୍ତିି କରାଯାଇଛି। ଦୁଇ ଗୁରୁତର ନାଗାର୍ଜୁନ ପ୍ରଧାନ ଏବଂ ସୁଶାନ୍ତ ସାହୁ ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବାବେଳେ ୨ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର୍‌ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.