Odisha Link
Bridging the Missing Links in Odisha

‘ରାଜଧାନୀରେ ଗଡ଼ିବ ମେଟ୍ରୋ, ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା’

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ।

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବ ସୂଚନା ଦେଇଛନ୍ତି। ଜୁନ ମାସରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ପାଇଁ ଶୁଭାରମ୍ଭ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଟ୍ରୋ ଟ୍ରେନ ପାଇଁ ସର୍ଭେ ଶେଷ ହୋଇଥିବାବେଳେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି।

କେଉଁ ରୁଟରେ ମେଟ୍ରୋ ଯିବ ତାହା ଚିହ୍ନଟ ସରିଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ। ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା ରହିଛି ବୋଲି ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ।

Leave A Reply

Your email address will not be published.