Odisha Link
Bridging the Missing Links in Odisha

“ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋଦି ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ”

ଆଠମଲ୍ଲିକରେ ବିଶାଳ ଜନସଭା ଆଠମଲ୍ଲିକ ନାଗରିକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲ ପାଇବାର ବଡ ପ୍ରମାଣ ଦେଉଛି।

ଓଏଲ୍‌ ବ୍ୟୁରୋ: ପୁଣିଥରେ ଡବଲ ଇଞ୍ଜିନ ସରକାର କଥା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ହିଁ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତିି ଧର୍ମେନ୍ଦ୍ର। ଏଥିସହିତ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋଦି ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି।

ଆଠମଲ୍ଲିକରେ ବିଶାଳ ଜନସଭା ଆଠମଲ୍ଲିକ ନାଗରିକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲ ପାଇବାର ବଡ ପ୍ରମାଣ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର ହୋଇଛି। ବିଶ୍ୱରେ ଭାରତର ନାଁ ପୁନଃସ୍ଥାପିତ ହୋଇଛି। ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି। ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହୋଇଛି।

ପଞ୍ଚଦଶ ଅର୍ଥ କମିଶନ, ଖଣି ରାଜସ୍ୱ, ଡିଏମଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ମୋଦି ସରକାରଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ମିଳିଛି । ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି । ଜିଏସଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି । କୋଭିଡ୍ ସମୟରେ ଓଡ଼ିଶାକୁ ୮.୧୫ କୋଟି ଟିକା ମାଗଣାରେ ଦିଆଯାଇଛି ।

ସେହିପରି ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟାନ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନ, ଉଜ୍ଜଳା ଯୋଜନା ଓ ମନରେଗା ଭଳି ରୋଜଗାର ଯୋଜନାରେ ଆଠମଲ୍ଲିକ ଏବଂ ଓଡ଼ିଶାବାସୀ ସୁବିଧା ହୋଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ଆଠମଲ୍ଲିକରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଯାଇଛି । ମାତ୍ର ସେ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ନେଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି । ମୋଦି ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରିଛନ୍ତି ।

ବିଶ୍ୱର ସବୁଠୁ ପୁରଣା ଏବଂ ପ୍ରଭାବଶାଳୀ ଗଣତନ୍ତ୍ରର ରାଷ୍ଟ୍ର ହେଉଛି ଭାରତ । ଦେଶର ଅମୃତ କାଳରେ ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ନୂଆ ସଂସଦ ଭବନର ଲୋକାର୍ପଣ ହେବ, ଯାହା ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ । ଗଣତନ୍ତ୍ରରେ ବାଦ ବିବାଦ୍ ହୋଇପାରେ ମାତ୍ର ଏହାକୁ ନେଇ ବିରୋଧୀ ବିରୋଧ କରିବା ଦୁଃଖର ବିଷୟ । ମହାପ୍ରଭୁଙ୍କ ଆଶୀର୍ବାଦରେ ମୋଦି ୨୦୨୪ରେ ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମାଆ ସୁରେଶ୍ୱରୀ ଓ ମାହେଶ୍ୱରୀଙ୍କ ବରଦାନ ପ୍ରାପ୍ତ ଆଠମଲ୍ଲିକକୁ ଆସି ମୁଁ ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ଏହି ଅଞ୍ଚଳ ଅପାର ଜଙ୍ଗଲ ସମ୍ପଦରେ ଭରପୂର । କୃଷକ ଭାଇମାନେ ପରିଶ୍ରମୀ ଏବଂ ବୁଣାକାର ଭାଇଙ୍କ କାରିଗରୀ ନିଖୁଣ । ଏହି ଅଞ୍ଚଳର ବୌଦ୍ଧିକ କ୍ଷମତା କଳା, ସଂସ୍କୃତି, ସାହିତ୍ୟ ଓ ଓଡ଼ିଶାର ପ୍ରଶାସନ ଜଗତକୁ ଋଦ୍ଧିମନ୍ତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.