Odisha Link
Bridging the Missing Links in Odisha

‘ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ ଆସିଲେ, ପଦକ୍ଷେପ ନିଆଯିବ’

ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଓଏଲ୍‌ ବ୍ୟୁରୋ: ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଣଗେଜେଟେଡ୍ ବନସେବା ସଂଘ। ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ଅଣଗେଜେଟେଡ୍ ବନସେବା ସଂଘ।

ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବନ କର୍ମଚାରୀଙ୍କର ଲିଖିତ ଦାବି ମୋ ପାଖରେ ପହଞ୍ଚିନି। ଲିଖିତ ଅଭିଯୋଗ ଆସିଲେ ମୁଁ ପଦକ୍ଷେପ ନେବି। ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।

Leave A Reply

Your email address will not be published.