Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର।

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହେବ ଆଲୋଚନା। ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର। ଏହା ସହ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

ପୂର୍ବରୁ, ମେ ୨୯ରେ ଆୟୋଜିତ ହୋଇଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ରାଜ୍ୟ କ୍ୟାବିନେଟରେ ଆୟୋଜିତ ବୈଠକରେ ୧୮ଟି ପ୍ରସ୍ତାବରେ ବାଜିଥିଲା ମୋହର। ଏକାମ୍ର କ୍ଷେତ୍ରର ବିକାଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଥିଲା। ପୁରୁଣା ଭୁବନେଶ୍ବରର ବିଭିନ୍ନ ପ୍ରାଚୀନ ସ୍ମାରକୀ ପୁନରୁଦ୍ଧାର ହେବ। ୧୮ ମାସରେ କାମ ସରିବ, ଖର୍ଚ୍ଚ ହେବ ୧୫୬ କୋଟି ୨୧ ଲକ୍ଷ।

ଆହୁରି ମଧ୍ୟ ଭିସୁଟର ଉନ୍ନତୀକରଣ ପାଇଁ ୨୦୦୦ କୋଟିକୁ ଅନୁମୋଦନ ମିଳିଥିଲା। ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁରୀ ପ୍ରଦାନ କରାଯାଇଥିଲା। ଓଡ଼ିଆ ସିନେମାକୁ ପ୍ରୋତ୍ସାହନ ମିଳିଥିଲା। ଦୁଇଟି ସିନେମାକୁ କର ମୁକ୍ତ କରାଯାଇଥିଲା। ‘ଡେଲିଭରୀ ବୟ’ ଏବଂ ‘ଜ୍ବିଗାଟୋ’ କର ମୁକ୍ତ ହୋଇଥିଲା। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ ‘ମୋ ଘର’ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଥିଲା। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିଥିବାବେଳେ ‘ମୋ ଘର’ ଯୋଜନାକୁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.