Odisha Link
Bridging the Missing Links in Odisha

ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା

ମୌସୁମୀ ଆଗମନ ଡେରି ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ହେଲେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାତିର ପରିମାଣ ଅସହ୍ୟ ରହିଛି।

ମୌସୁମୀ ଆଗମନ ଡେରି ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଆସନ୍ତାକାଲି ପ୍ରାକ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶଙ୍କା ରହିଥିବାବେଳେ ରାଜ୍ୟର କିଛି ଜିଲ୍ଲାରେ ପ୍ରାକ ମୌସୁମୀ ବର୍ଷା ଲାଗିରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସାଧାରଣତଃ ରଜ ସମୟରେ ମୌସୁମୀ ଓଡ଼ିଶାକୁ ଆଗମନ କରିଥାଏ। ହେଲେ ରଜ ସରିଥିବାବେଳେ ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା।

Leave A Reply

Your email address will not be published.