Odisha Link
Bridging the Missing Links in Odisha

ଜାରି ରହିଛି ରୁଷ-ୟୁକ୍ରେନ ଲଢ଼େଇ, ରୁଷ୍ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହର ସଂକେତ!

ଦୀର୍ଘ ଦିନ ଧରି ଏହି ଯୁଦ୍ଧ ଜାରି ରହିଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବର୍ତ୍ତମାନ ବିଦ୍ରୋହ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଅନ୍ତ ହେଉନି ରୁଷ-ୟୁକ୍ରେନ୍‌ ଲଢ଼େଇ। ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। କିନ୍ତୁ ଏହାରି ଭିତରେ ଯୁଦ୍ଧକୁ ଦେଢ଼ ବର୍ଷ ବିତିଯାଇଛି। ଦୀର୍ଘ ଦିନ ଧରି ଏହି ଯୁଦ୍ଧ ଜାରି ରହିଥିବାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବର୍ତ୍ତମାନ ବିଦ୍ରୋହ ଆରମ୍ଭ ହୋଇଥିବା ଏକ ପ୍ରକାର ସଂକେତ ମିଳିଛି।

ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, ଏବେ ୱାଗନର୍ ଗ୍ରୁପ୍ ରୁଷ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛି। ୱାଗନର୍ ପିଏମସି ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କର ଯୋଦ୍ଧାମାନେ ୟୁକ୍ରେନରୁ ରୁଷକୁ ସୀମା ଅତିକ୍ରମ କରିଛନ୍ତି। ରୁଷ ସେନା ବିରୋଧରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି। ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି। ତେବେ ଏହି ଦାବି ଅନ୍ୟ କୌଣସି ପକ୍ଷରୁ ନିଶ୍ଚିତ ହୋଇପାରିନାହିଁ। ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଥିଲା।

ଅନ୍ୟପଟେ, ଏହି ଯୁଦ୍ଧ ସେଠାରେ କୃଷିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଫସଲ ଅମଳ ମଧ୍ୟ ଠପ୍ ପଡ଼ିଯାଇଛି। ୟୁକ୍ରେନ୍ ଓ ରୁଷ୍ ମିଳିତ ଭାବେ ୭୫ ପ୍ରତିଶତ ସନଫ୍ଲାୱାର୍ ବିହନ ଉତ୍ପାଦନ କରନ୍ତି। କିନ୍ତୁ ଯୁଦ୍ଧ ଯୋଗୁ ରୋପଣ, ଉତ୍ପାଦନ ଓ ବାଣିଜ୍ୟ କମିଥିବା ବେଳେ ଦ୍ରବ୍ୟର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ କହିଥିଲା। ଭାରତ ମଧ୍ୟ ୟୁକ୍ରେନରୁ ବହୁ ପରିମାଣରେ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ। କିନ୍ତୁ ଏବେ ଯୋଗାଣ ବାଧାପ୍ରାପ୍ତ ହେବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Leave A Reply

Your email address will not be published.