Odisha Link
Bridging the Missing Links in Odisha

ବଡ଼ଦାଣ୍ଡରେ ଭକ୍ତଙ୍କ ସମାବେଶ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ‘ଅଧରପଣା’ ନୀତି ସମ୍ପନ୍ନ

ଅଧରପଣା ନୀତି ଅବସରରେ ବଡ଼ ଦାଣ୍ଡରେ ଜନସମୁଦ୍ର ଦେଖିବାକୁ ମିଳିଛି

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅଧରପଣା ନୀତି। ଭକ୍ତଙ୍କ ସମାବେଶରେ ରଥ ଉପରେ ମହାପ୍ରଭୁଙ୍କ ‘ଅଧରପଣା’ ନୀତି ସମ୍ପନ୍ନ ହୋଇଛି। ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅର୍ପିତ ହେଲା ଅଧରପଣା। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ଅବସରରେ ବଡ଼ ଦାଣ୍ଡରେ ଜନସମୁଦ୍ର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନିରଥ ଉପରେ ସୁନାବେଶ ପରଦିନ ଅଧର ପଣା ନୀତି ହୋଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ।

ଗତକାଲି ସୁନାରେ ଝଟକିଥିଲେ ମହାବାହୁ। ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦିବ୍ୟ ସୁନାବେଶରେ ଦେଇଥିଲେ ଦର୍ଶନ। ଆଉ ତିନିଠାକୁରଙ୍କ ଏହି ସୁନାବେଶକୁ ଦେଖିବାକୁ ଲୋକାରଣ୍ୟ ହୋଇପଡିଥିଲା ଶ୍ରୀକ୍ଷେତ୍ର। ତେବେ ରଥଯାତ୍ରାର ପର୍ବ ଭିତରେ ଶ୍ରୀଜିଉଙ୍କ ସୁନାବେଶ ଏକ ଅଲୌକିକ ପର୍ବ। ଏଥିରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିଲେ ଲକ୍ଷ ଲକ୍ଷ ଭକ୍ତ।

Leave A Reply

Your email address will not be published.