Odisha Link
Bridging the Missing Links in Odisha

ଟିକେଟ୍‌ କଲେକ୍ଟରରୁ କ୍ରିକେଟ୍‌ ଦୁନିଆରେ ଟ୍ରଫି କଲେକ୍ଟର

ଓଏଲ୍‌ ବ୍ୟୁରୋ: ବିଶ୍ବ କ୍ରିକେଟରେ ମିଷ୍ଟର କୁଲ୍‌ ଭାବ ପରିଚିତ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ଜନ୍ମଦିନ। କ୍ରିକେଟ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଧୋନୀଙ୍କ ଆଜି ହେଉଛି ୪୨ ତମ ଜନ୍ମଦିନ। ଧୋନି ୭ ଜୁଲାଇ ୧୯୮୧ ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ ଜଗତରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରିୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଆଜି ଜନ୍ମଦିନରେ ଧୋନିଙ୍କ ଟିକେଟ୍‌ କଲେକ୍ଟରରୁ କ୍ରିକେଟ୍‌ ଦୁନିଆରେ ଟ୍ରଫି କଲେକ୍ଟରର ଯାତ୍ରା ବିଷୟରେ ସଂକ୍ଷେପରେ ଜାଣନ୍ତୁ।

ଝାଡଖଣ୍ଡ ସ୍ଥିତ ରାଞ୍ଚିର ଏକ ରାଜପୁତ ପରିବାରରେ ତାଙ୍କର ଜନ୍ମ। ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଧୋନୀ ପଦ୍ମ ଭୂଷଣ, ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଦିନେ ଟିକେଟ କଲ୍ଟେକର ଭାବେ କାର୍ଯ୍ୟ କରୁଥିବା ଧୋନୀ ତାଙ୍କ ଅଧିନାୟକତ୍ବ ବଳରେ କ୍ରିକେଟ ଜଗତରେ ୧୪ଟି ଟ୍ରଫି ହାତେଇଛନ୍ତି। ସେ ଟିମ୍‌ ଇଣ୍ଡିଆ ପାଇଁ ୭ଟି ଟ୍ରଫି ଜିତିଥିବା ବେଳେ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ୭ଟି ଟ୍ରଫି ଜିତିଛନ୍ତି। ଟିମ୍‌ ଇଣ୍ଡିଆ ପାଇଁ ଧୋନୀ ୩ଟି ଆଇସିସି ଟ୍ରଫି, ୨ଟି ଟେଷ୍ଟ ମେସ ଓ ୨ଟି ଏସିଆ କପ୍‌ ହାତେଇଥିଲେ। ସେହିପରି ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ୫ ଆଇପିଏଲ ଟ୍ରଫି ଓ ଦୁଇଟି ଚାମ୍ପିଅନ୍ସ ଲିଗ୍‌ ଟି-୨୦ ଟାଇଟଲ ଜିତିଛନ୍ତି ଧୋନୀ।

ଅଧିନାୟକ ଭାବେ ଧୋନୀ ପ୍ରଥମ ଥର ପାଇଁ ୨୦୦୭ ମସିହାରେ ଭାରତ ପାଇଁ ଟି-୨୦ ବିଶ୍ବକପ୍‌ ହାତେଇଥିଲେ। ଏହାପରେ ଧୋନୀଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ୨୦୧୧ ମସିହାରେ ଦିନିକିଆ ବିଶ୍ବକପ୍‌ ଓ ଆଇଆଇସି ଚାମ୍ପିଅନସିପ୍‌(୨୦୧୩) ଭଳି ୩ଟି ବଡ ଟ୍ରଫି ହାତେଇଥିଲା।

ଧୋନୀଙ୍କ ଟ୍ରଫି ଯାତ୍ରା:

୨୦୦୭: ଟି-୨୦ ବିଶ୍ବକପ୍

୨୦୧୦: ଆଇପିଏଲ

୨୦୧୦: ଟେଷ୍ଟ ମେସ

୨୦୧୦: ଏସିଆ କପ୍

୨୦୧୦: ଚମ୍ପିଆନ୍ସ ଲିଗ ଟି-୨୦

୨୦୧୧: ଦିନିକିଆ ବିଶ୍ବକପ୍

୨୦୧୧: ଟେଷ୍ଟ ମେସ

୨୦୧୧: ଆଇପିଏଲ

୨୦୧୩: ଚମ୍ପିଆନ୍ସ ଟ୍ରଫି

୨୦୧୪: ଚମ୍ପିଆନ୍ସ ଲିଗ୍‌ ଟି-୨୦

୨୦୧୬: ଏସିଆ କପ୍

୨୦୧୮: ଆଇପିଏଲ

୨୦୨୧: ଆଇପିଏଲ

୨୦୨୩: ଆଇପିଏଲ

ସୂଚନାଥାଉକି, ଧୋନୀ ସ୍କୁଲ ଟାଇମରେ ଗୋଲ୍ କିପିଂ କରୁଥିଲ। ଫୁଟବଲ୍ ଛଡା ଧୋନୀ ବ୍ୟାଡମିଣ୍ଟନ୍ ଖେଳିବାର ସଉକ ମଧ୍ୟ ରଖନ୍ତି। ସେ ଇଣ୍ଡିଆନ୍ ସୁପର ଲିଗ କ୍ଲବ ଚେନିଆନ୍ନର କୋ-ଓନର ରହିଛନ୍ତି। ସେହିପରି କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପତ୍ତି କଥା କହିବାକୁ ଗଲେ, ସମୁଦାୟ ୧୦୪୦ କୋଟିରୁ ଅଧିକ ମୂଲ୍ୟ ସମ୍ପତ୍ତିର ମାଲିକ ମାହି। କ୍ରିକେଟରୁ ହେଉଥିବା ଆୟ ବ୍ୟତୀତ ଏଥିରେ ବିଭିନ୍ନ କମ୍ପାନୀର ବ୍ରାସ ଏଣ୍ଡୋର୍ସମେଣ୍ଟ, ଏକାଧିକ ଷ୍ଟାର୍ଟଅପରେ ସେ କରିଥିବା ନିବେଶରୁ ଆସୁଥିବା ରିଟର୍ଣ୍ଣ ସହ ଅନ୍ୟ ବ୍ୟବସାୟରୁ ହେଉଥିବା ଆୟ ମଧ୍ୟ ସାମିଲ ଅଛି।

Leave A Reply

Your email address will not be published.