Odisha Link
Bridging the Missing Links in Odisha

ପୁଣି ଅଘଟଣ, ଟ୍ରେନରେ କଟି ଦୁଇ ଯୁବକଙ୍କ ମୃତ୍ୟୁ!

ଟ୍ରେନରୁ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି

ଓଏଲ୍ ବ୍ୟୁରୋ: ବାଲେଶ୍ୱର ସ୍ଥିତ ସୋର ରେଳ ଷ୍ଟେସନର କିଛି ଦୂରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ଡବ ହୋଇଥିବାବେଳେ ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର। ହରେକୃଷ୍ଣ ଆତ୍ମହତ୍ୟା କରିଥିବା ବେଳେ ଅବଦୁଲ ଟ୍ରେନରୁ ପଡ଼ି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.