Odisha Link
Bridging the Missing Links in Odisha

ଧାନ ତଳି ରୋଇଲେ ରାହୁଲ ଗାନ୍ଧୀ, ଚାଷୀ ଭାଇଙ୍କ ସହ କଲେ ଆଲୋଚନା

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ।

ଓଏଲ୍ ବ୍ୟୁରୋ: ଧାନ ତଳି ରୋଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହା ଏକ ଆଶ୍ଚର୍ଯ୍ୟକର ଘଟଣା ଲାଗୁଥିଲେ ମଧ୍ୟ ସତ୍ୟ ବୋଲି ଜଣା ପଡିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାଉଥିଲେ। ହରିଆଣାର ସୋନିପଥ ଦେଇ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥିଲେ ଚାଷୀ ବିଲରେ ତଳି ରୋଉଛନ୍ତି।

ଆଉ ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ କାର ଅଟକାଇ ଚାଷ ଜମିକୁ ଯାଇ ଚାଷଙ୍କୁ ଚାଷ କାମରେ ସହଯୋଗ କରିବା ସହିତ ଚାଷୀ ମାନଙ୍କ ସହ କଥା ହୋଇଥିଲେ। ଚାଷୀ ଭାଇଙ୍କ ସହ ମିଶି କାଦୁଅ ବିଲରେ ଧାନ ରୋଇବା ସହ ଟ୍ରାକ୍ଟର ଚଳାଇଥିଲେ। ସେଠାରେ ଉପସ୍ଥିତ ଚାଷୀ ଭାଇଙ୍କ ସହ କଲେ ଆଲୋଚନା କରିଥିଲେ।