Odisha Link
Bridging the Missing Links in Odisha

ଚାରିଆଡ଼େ ମାତିଛନ୍ତି ସାଇବର ଲୁଟେରା, ପିଙ୍କ୍ ହ୍ଵାଟ୍ସଆପକୁ ନେଇ ସଚେତନତା ଜାରି

ଓଏଲ୍ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ଏଭଳି ଠକେଇରୁ ନିଜକୁ ଦୂରରେ ରଖିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି।

ସାଇବର ଲୁଟେରା ମାନେ ଆଉ ଏକ ଉପାୟରେ ଠକେଇ କରିବାରେ ଲାଗିଛନ୍ତି, ଯାହା ପିଙ୍କ୍ ହ୍ଵାଟ୍ସଆପ ନାମରେ ନାମିତ। ଓଡିଶା ପୁଲିସ ଜାରି କରିଥିବା ସୂଚନା ଅନୁସାରେ, ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି ବୋଲି ଓଡ଼ିଶା ପୋଲିସ ପକ୍ଷରୁ ସଚେତନ ଜାରି କରାଯାଇଛି।

Leave A Reply

Your email address will not be published.