ଢେଙ୍କାନାଳ ଗସ୍ତରେ ୫-ଟି ସଚିବ, କ୍ରୀଡ଼ାର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ଆଜି ସକାଳୁ ୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରଥମେ ଢେଙ୍କାନାଳ ସ୍ତିତ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି। ବଳଦେବଜୀଉ ଦର୍ଶନ କରିବା ସହ ମନ୍ଦିର ଓ ପାରିପାର୍ଶ୍ଵିକ ଅଞ୍ଚଳର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତଙ୍କ ପକ୍ଷରୁ ୫-ଟି ସଚିବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ୬୦ ବର୍ଷରୁ ମନ୍ଦିରର ଉନ୍ନତି କାମ ହୋଇ ନଥିବା ସେବାୟତମାନେ କହିଛନ୍ତି। ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି।
ପରେ ସେ ଜାଉଁଳି ପୋଖରୀ ମଠରେ ରାଧାକୃଷ୍ଣଙ୍କୁ ଦର୍ଶନ କରିଛନ୍ତି। ୫-ଟି ସଚିବ ବଳଦେବଜୀଉଙ୍କ ଦର୍ଶନ ପରେ ଷ୍ଟାଡିଅମ ଯାଇ ଢେଙ୍କାନାଳ ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା କରିଛନ୍ତି। କ୍ରୀଡ଼ାବିତ ଙ୍କୁ ଉତ୍ସାହିତ କରିବା ସହ ୫-ଟି ସଚିବ ନିଜ ଅନୁଭୂତି ବଖାଣିଥିଲେ। ଭଲ କ୍ରୀଡ଼ାବିତ ହେବାକୁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି। ତାସହ ଭଲ ପାଠ ପଢ଼ିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଅଲିମ୍ପିକ୍ସ ମେଡାଲ ପାଇଁ ଯିଏ ଖେଳନ୍ତି, ସେମାନଙ୍କ ଭିତରେ ଅଲଗା ଯୋଶ ଦରକାର। କ୍ରୀଡାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। କ୍ରୀଡ଼ାର ବିକାଶ ପାଇଁ ଯାହା ଦରକାର, ରାଜ୍ୟ ସରକାର ତାହା ଯୋଗାଇ ଦେବେ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି।