Odisha Link
Bridging the Missing Links in Odisha

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୦ରୁ ଅଧିକ ପ୍ରସ୍ତାବରେ ଲାଗିପାରେ ମୋହର

୧୦ରୁ ଅଧିକ ପ୍ରସ୍ତାବରେ ମୋହର ଲାଗିପାରେ।

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ବୈଠକ ବସିବ। କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ବିଭିନ୍ନ ବିଭାଗର ୧୦ରୁ ଅଧିକ ପ୍ରସ୍ତାବ ଆସିପାରେ।

ସୂଚନା ଅନୁସାରେ, ପୂର୍ବରୁ ଜୁନ ୨୧ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ଏଥିରେ ମୋଟ ୧୫ଟି ପ୍ରସ୍ତାବ ପାରିତ ହୋଇଥିଲା। ଗମନାଗମନ ସୁବିଧାକୁ ଗୁରୁତ୍ବ ଦେଇ ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ରାସ୍ତା ହେବା ପାଇଁ ଅନୁମୋଦନ ମିଳିଥିଲା। ମୁଖ୍ୟମନ୍ତ୍ରୀ ସଡ଼କ ଯାେଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା।

Leave A Reply

Your email address will not be published.