Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ ରେଜଲ୍ଟ, ଜାଣନ୍ତୁ କେଉଁ ୱେବସାଇଟରେ ହେବ ଉପଲବ୍ଧ

ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ସ୍ବତନ୍ତ୍ର ଓଜେଇଇ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇର ଫଳାଫଳ। ୪ଟି ସିଫ୍ଟରେ ସିବିଟି ମୋଡ୍‌ରେ ଏହି ପରୀକ୍ଷା ହୋଇଥିଲା। ୨୮ ସହରର ୩୮ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ସ୍ବତନ୍ତ୍ର ଓଜେଇଇ ହୋଇଥିଲା।

ଖବର ଅନୁସାରେ, ସ୍ପେଶାଲ ଓଜେଇଇ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ବି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ହୋଇଥିଲା। ତେବେ ଆଜି ସନ୍ଧ୍ୟାରେ ଏହାର ଫଳାଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ www.ojee.nic.in ରେ ଯାଇ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ଜାଣିପାରିବେ।

Leave A Reply

Your email address will not be published.