Odisha Link
Bridging the Missing Links in Odisha

ଓଡ଼ିଶା କଂଗ୍ରେସର ମାରାଥନ ବୈଠକ, ଚର୍ଚ୍ଚାରେ ମୋକିମ-ଚିରଞ୍ଜୀବ ଝଡ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ଥିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଶାସକ ବିଜୁ ଜନତା ଦଳ, ବିରୋଧୀ ଭାରତୀୟ ଜନତା ପାର୍ଟି ୨୦୨୪ ଫାଇଟ୍‌କୁ ନଜରରେ ରଖି ଗୋଟିଏ ପରେ ଗୋଟିଏ ମାରାଥନ ବୈଠକ କରିବାରେ ଲାଗି ପଡ଼ିଛନ୍ତି। ଏସବୁ ମଧ୍ୟରେ ପଛରେ ପଡ଼ିଥିବା କଂଗ୍ରେସ ଆଗାମୀ ନିର୍ବାଚନ ଆଖି ଆଗରେ ରଖି ଆରମ୍ଭ କରିଛି ବୈଠକ। ଶରତ ପଟ୍ଟନାୟକ ପିସିସି ସଭାପତି ହେବାର ପ୍ରାୟ ବର୍ଷେ ପରେ ଆଜି ପ୍ରଥମ ଥର ପାଇଁ ହୋଇଛି ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। କିନ୍ତୁ ବୈଠକ କଂଗ୍ରେସ ଭବନରେ ନହୋଇ ଭୁବନେଶ୍ୱରର ଏକ ହୋଟେଲରେ ହୋଇଛି।

ଆଜି ଅନୁଷ୍ଠିତ ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ନେଇ ସୂଚନା ରହିଛି। ଏପରିକି ବୈଠକରେ କଂଗ୍ରେସରୁ ନିଲମ୍ବିତ ନେତାଙ୍କୁ ନେଇ ମଡ଼ ଝଡ଼ ଉଠିଥିବା ଚର୍ଚ୍ଚା ମଧ୍ୟ ହେଉଛି। ଅପରପକ୍ଷେଟକରେ ନିଲମ୍ବିତ ନେତାଙ୍କ ସମର୍ଥକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି।

ଆଜିର ବୈଠକରେ ବୈଠକରେ ଦଳର ବିଧାୟକ, ସାଂସଦ, ପିସିସି ସଭାପତି, ପ୍ରଭାରୀଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇ, ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ବୈଠକରେ ନିର୍ବାଚନ ପାଇଁ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି। ଆଉ ସେହି ପ୍ରସ୍ତାବ ଅନୁସାରେ ଦଳ ଆଗକୁ ବଢ଼ିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁସାରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ କଥା ବୈଠକରେ ଉଠାଇଛନ୍ତି କିଛି ନେତା। ଯାହାକୁ ନେଇ ବୈଠକରେ ନେତାଙ୍କ ଭିତରେ କଥା କଟାକଟି ହୋଇଥିବା ସୂଚନା ମିଳିଛି। ତେବେ ଏ ପ୍ରସଙ୍ଗରେ ବାହାରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ସେ ବିଷୟରେ କୌଣସି ଆଲୋଚନା ହୋଇନଥିବା କହିଛନ୍ତି।

Leave A Reply

Your email address will not be published.