Odisha Link
Bridging the Missing Links in Odisha

ବଢୁଛି ହୀରାକୁଦ ଜଳସ୍ତର, ଆଉ ୩ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି

ଜଳସ୍ତର ବଢୁଥିବାରୁ ଆଉ ୩ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଗତକାଲି ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା। ତେବେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୪.୪୭ ଫୁଟରେ ପହଂଚିଛି। ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଡ୍ୟାମର ଆଉ ୩ ଗେଟ୍‌ ଖୋଲିବ। ଜଳସ୍ତର ବଢୁଥିବାରୁ ଆଉ ୩ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି। ହୀରାକୁଦ ମଧ୍ୟକୁ ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେଜ ଜଳ ପ୍ରବେଶ କରୁଛି। ଡ୍ୟାମରୁ ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି।