Odisha Link
Bridging the Missing Links in Odisha

ମଣିପୁର ଭିଡିଓ ଭାଇରାଲ ଘଟଣା: ୭ ଅଭିଯୁକ୍ତ ଗିରଫ, ତଦନ୍ତ ଜାରି କରିଛି ପୁଲିସ

ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର।

ଓଏଲ୍‌ ବ୍ୟୁରୋ: ମଣିପୁର ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ମହିଳାଙ୍କୁ ସର୍ବସାଧାରଣରେ ନିର୍ଯାତନା ଘଟଣା ଦେଶ ବାସୀଙ୍କର ମୁଣ୍ଡ ନୁଆଁଇ ଦେଇଛି। ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର। ଏହି ଘଟଣାରେ ଏଯାବତ ମୋଟ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ପୁଲିସ ଜାରି କରିଛି। ଏହା ସହ ପୀଡ଼ିତାଙ୍କୁ ସୁରକ୍ଷା ଦେବାକୁ ଡିଜିଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ କହିଛନ୍ତି, ସବୁ ଦୋଷୀଙ୍କୁ ଧରିବାକୁ ପଦକ୍ଷେପ ନିଆଯାଉଛି। କେବଳ ସେତିକି ନୁହେଁ, ଦୋଷୀ ଯେପରି ମୃତ୍ୟୁଦଣ୍ଡ ପାଇବେ ସେଥିପାଇଁ ପଦକ୍ଷେପ ନେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ଇମ୍ଫାଲରେ ଶହ ଶହ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ତେବେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି ମୃତ୍ୟୁ ଦଣ୍ଡ ଦେବା ଉପରେ ବିଚାର କରାଯାଉଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ କହିଛନ୍ତି।

Leave A Reply

Your email address will not be published.