ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ: ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ହାଇକୋର୍ଟର ନିର୍ଦ୍ଦେଶ
ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଏଲ୍ ବ୍ୟୁରୋ: ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ରେଜଲ୍ଟ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି।