Odisha Link
Bridging the Missing Links in Odisha

ପୁଣି କଳାହାଣ୍ଡିରେ ମାଓ ପୋଷ୍ଟର, ତଦନ୍ତ ଜାରି କଲା ପୁଲିସ

ଘଟଣାସ୍ଥଳରୁ ପୁଲିସ ୨ଟି ବୋମା ନିଷ୍କ୍ରିୟ କରିଛି।

ଓଏଲ୍‌ ବ୍ୟୁରୋ: ଭବାନୀପାଟଣା ଥୁଆମୂଳ ରାମପୁର ରାସ୍ତାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଶଗଡ଼ା ପଞ୍ଚାୟତ ସମେତ ଗାଁର ସବୁ ଦୋକାନରେ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀ ପୋଷ୍ଟର ସହ ୩ଟି ବୋମା ଖଞ୍ଜିଥିଲେ। ଘଟଣାସ୍ଥଳରୁ ପୁଲିସ ୨ଟି ବୋମା ନିଷ୍କ୍ରିୟ କରିଛି। ଏହା ସହ ତଦନ୍ତ ଜାରି କରାଯାଇଛି।

ଖବର ଅନୁସାରେ, ଜୁନ ୨୪ରେ କଳାହାଣ୍ଡି ଏମ ରାମପୁର ଟାପରାଙ୍ଗ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା। ପୂର୍ବରୁ ଟାପରାଙ୍ଗରେ ମେ ୯ରେ ହୋଇଥିଲା ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ। ମାଓବାଦୀ ନିହତ ପରେ ଜୁନ ୨୫କୁ କଳାହାଣ୍ଡି ବନ୍ଦ ପାଳନ ପାଇଁ ମାଓବାଦୀ ଆହ୍ଵାନ ଦେଇଥିଲେ।

Leave A Reply

Your email address will not be published.