Odisha Link
Bridging the Missing Links in Odisha

ଶୁକ୍ରବାର ପରିବର୍ତ୍ତେ ଶନିବାର ମହରମ୍‌ ଛୁଟି 

ଓଏଲ୍‌ ବ୍ୟୁରୋ: ଇସଲାମ୍‌ ଧର୍ମାବଲମ୍ବୀଙ୍କ ମହରମ୍‌ ପର୍ବ ପାଇଁ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ପରିବର୍ତ୍ତେ ଶନିବାରକୁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟଓ ବ୍ୟାଙ୍କ ଆଦି ବନ୍ଦ ରହିବ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୮ ତାରିଖ ତାରିଖ ପରିବର୍ତ୍ତେ ୨୯ ତାରିଖରେ ମହରମ୍ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ। ଏହା ସହିତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ଜୁଲାଇ ୨୯ ତାରିଖରେ ମହରମ୍ ପାଇଁ ଛୁଟି ରହିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.