Odisha Link
Bridging the Missing Links in Odisha

ସମସ୍ତ ବନ୍ଦରରେ ୩ ନମ୍ବର୍ ବିପଦ ସଂକେତ ଜାରି, ଆସନ୍ତା ୨୪ ଘଣ୍ଟା ପାଇଁ ସମୁଦ୍ର ମନା

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଛି। ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପାଇଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବନ୍ଦରରେ ୩ ନମ୍ବର୍ ବିପଦ ସଂକେତ ଜାରି କରାଯାଇଅଛି। ପ୍ରବଳ ବର୍ଷା କାରଣରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି।

ଅନ୍ୟପଟେ, ପ୍ରବଳ ବର୍ଷା କାରଣରୁ ବନ୍ୟା ଆଶଙ୍କା ଥିବା କୁହାଯାଉଥିବାବେଳେ ମହାନଦୀରେ ଏ ପର୍ଯ୍ୟନ୍ତ ବନ୍ୟା ହେଲା ଭଳିଆ ସ୍ଥିତି ଆସିନଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି। ରହ ସହ ଆସନ୍ତାକାଲି ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ ଜଳ ଆସିବ। ତେଲ ନଦୀର ପାଣି ଯୋଗୁଁ ମହାନଦୀ ଅବବାହିକ ତଳ ଅଞ୍ଚଳରେ ପାଣି ପଶିପାରେ। ହୀରାକୁଦରେ ୯୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ୬୪ ହଜାର କ୍ୟୁସେକ ଜଳ ବାହାରୁଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି।

ସେହିପରି ପ୍ରବଳ ବର୍ଷା ଯୋଗୁଁ କାଲି ସକାଳ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଅତ୍ୟନ୍ତ ପ୍ରବଳ ଅର୍ଥାତ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାବେଳେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା କରାଯାଇଛି।

Leave A Reply

Your email address will not be published.