Odisha Link
Bridging the Missing Links in Odisha

ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା, ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟାକୁ ଦେଖି ଭାର୍ଗବୀ ଓ ଦୟା ନଦୀର ବନ୍ୟା ସ୍ଥିତି ଉପରେ ନଜର ରଖିବାକୁ ଚିନ୍ମୟ ରଂଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ମିଳିଥିବାବେଳେ ଲୁଣା ଓ କରଣ୍ଡିଆ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ମିଳିଛି।

ସେହିଭଳି ବିଘ୍ନରାଜ ପୁରୋହିତ ଖୋର୍ଦ୍ଧାରେ ବନ୍ୟାସ୍ଥିତି ଉପରେ ନଜର ରଖିବେ। ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ ଉପରେ ନଜର ରଖିବେ। ଶକ୍ତି ପ୍ରସାଦ ଦାଶ ନୃତ୍ତଙ୍ଗ ଅଞ୍ଚଳର ଦାୟିତ୍ୱ ମିଳିଛି। ହିମାଂଶୁ କୁମାର ଜେନା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ଦାୟିତ୍ୱ ମିଳିଥିବାବେଳେ ରାଜୁଆ ନଦୀ ବନ୍ୟାଜଳ ଉପରେ ନଜର ରଖିବେ ଏନ ଏସ କେ ଚୌଧୁରୀ। ତନୁଜ କିଶୋର ରାଉତଙ୍କୁ ସାକ୍ଷୀଗୋପାଳ ଅଞ୍ଚଳର ବନ୍ୟାସ୍ଥିତି ନଜର ରଖିବାକୁ ଦାୟିତ୍ୱ ମିଳିଛି।

Leave A Reply

Your email address will not be published.