Odisha Link
Bridging the Missing Links in Odisha

କଟକ ଜିଲ୍ଲା ଗସ୍ତରେ ୫-ଟି ସଚିବ, ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ଆଜି କଟକ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍। କଟକ ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର ସମୀକ୍ଷା କରିବା ସହ ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିଛନ୍ତି। ଲୋକଙ୍କୁ ଭେଟିବା ସହ ଦରଖାସ୍ତ ଗ୍ରହଣ କରିଛନ୍ତି।

ସେହିପରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଛନ୍ତି। ଜନଶୁଣାଣୀ ସଭାରେ ବହୁ ସଂଖ୍ୟାରେ ମିଶନ ଶକ୍ତି ମାଆ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କୁ ଭେଟିବା ସହ ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଉଛନ୍ତି।

Leave A Reply

Your email address will not be published.