Odisha Link
Bridging the Missing Links in Odisha

ଅନାସ୍ଥା ପ୍ରସ୍ତାବରେ ଲୋକଙ୍କ ସମର୍ଥନ ନାହିଁ : ଅମିତ ଶାହ

ସରକାର ପ୍ରତି ନା ଲୋକଙ୍କ ଅନାସ୍ଥା ଅଛି ନା ଏ ଗୃହର ଅଛି।

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଜନତାଙ୍କ ମଧ୍ୟରେ ଭ୍ରାନ୍ତି ଆଣିବାକୁ ଏ ଅନାସ୍ଥା ଆଣିଛନ୍ତି। ସରକାର ପ୍ରତି ନା ଲୋକଙ୍କ ଅନାସ୍ଥା ଅଛି ନା ଏ ଗୃହର ଅଛି। କେବଳ ଭ୍ରାନ୍ତି ପାଇଁ ପ୍ରସ୍ତାବ ଆଣିଛନ୍ତି, ଲୋକଙ୍କ ସମର୍ଥନ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିଛନ୍ତି।

ଅନ୍ୟପଟେ, ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ବେଳେ ମୁଁ ଜାଣିନଥିଲି କାହିଁକି ମୁଁ ଯାଉଛି। ମୋତେ ଜଣାନଥିଲା, ଏ ଯାତ୍ରା କାହିଁକି ମୁଁ ଆରମ୍ଭ କରିଛି। ଯାତ୍ରା ଆରମ୍ଭ ବେଳେ ମୋ ମନରେ ଅହଙ୍କାର ଥିଲା। ଧିରେ ଧିରେ କଷ୍ଟ ପାଇଲି, ଅହଙ୍କାର କ୍ରମେ ଡରାଇବାକୁ ଲାଗିଲା। ଭାରତର ସ୍ୱର ଶୁଣିବାକୁ ହେଲେ ଆମକୁ ଅହଙ୍କାର ଛାଡ଼ିବାକୁ ପଡ଼ିବ।

ଏହା ସହ ଚାଷୀଙ୍କୁ ଫସଲ ବୀମା ଟଙ୍କା ମିଳୁନଥିବା ଯାତ୍ରା କାଳରେ ଜାଣିଲି। ନିକଟରେ ମୁଁ ମଣିପୁର ଯାଇଥିଲି। ପ୍ରଧାନମନ୍ତ୍ରୀ କିନ୍ତୁ ଯାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ବାଣ୍ଟି ଦେଇଛନ୍ତି। ମଣିପୁର ଆଉ ନାହିଁ, ତାକୁ ଭାଗ ଭାଗ କରିଦିଆଯାଇଛି। ମଣିପୁରରେ ଭାରତର ହତ୍ୟା ହୋଇଛି। ମଣିପୁରକୁ ଦୁଇ ଭାଗ କରି ଦିଆଯାଇଛି। ତଥାପି ପ୍ରଧାନମନ୍ତ୍ରୀ ଆଜି ଯାଏଁ ମଣିପୁର ଯାଇ ନାହାନ୍ତି ବୋଲି ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ।

ରାହୁଲ ଗାନ୍ଧୀ ଶାସକ ଦଳକୁ ଟାର୍ଗେଟ କରି କହିଥିଲେ, ଭାରତର ସ୍ୱରକୁ ଆପଣ ମଣିପୁରରେ ମାରିଛନ୍ତି। ମଣିପୁର ଲୋକଙ୍କୁ ମାରି ଆପଣ ଭାରତମାତାର ହତ୍ୟା କରିଛନ୍ତି। ଆପଣ ଦେଶପ୍ରେମୀ ନୁହଁନ୍ତି, ଆପଣ ଦେଶଦ୍ରୋହୀ। ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି, ଭାରତର ହତ୍ୟାକାରୀ। ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣିପାରିବେ। ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉନାହିଁ। ଲଙ୍କାକୁ ହନୁମାନ ନୁହେଁ, ରାବଣର ଅହଙ୍କାର ଜଳାଇଥିଲା। ରାବଣକୁ ତା ଅହଙ୍କାର ମାରିଥିଲା। ସାରା ଦେଶରେ ଆପଣ ଭାରତମାତାକୁ ହତ୍ୟା କରି ଚାଲିଛନ୍ତି।

Leave A Reply

Your email address will not be published.