Odisha Link
Bridging the Missing Links in Odisha

କେନ୍ଦ୍ର ସହଯୋଗ ବିନା ମେଟ୍ରୋ ପ୍ରକଳ୍ପ କରିବେ ନବୀନ ସରକାର

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଆରମ୍ଭ ହେଲା ରାଜନୀତି। ଆଜି ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ କଥା ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମେଟ୍ରୋ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ତେଣୁ ମେଟ୍ରୋ ପ୍ରକଳ୍ପ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସହଯୋଗ ବିନା ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପ ରାଜ୍ୟ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।

ଆଜି ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ପ୍ରକଳ୍ପ କଥା ଉଠାଇ କହିଛନ୍ତି, ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ, ମେଟ୍ରୋ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ। ରାଜ୍ୟ ସରକାର ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଚାଲିଛି। ତେବେ ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମାଟିର ଅନୁଧ୍ୟାନ କଲେ କଣ ମେଟ୍ରୋ ହୋଇଯାଏ। ମେଟ୍ରୋ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ତେଣୁ ମେଟ୍ରୋ ପ୍ରକଳ୍ପ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ। ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା। ସେ କହିଛନ୍ତି, ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଛି। ଖୁବଶୀଘ୍ର ସାଧାରଣ ଲୋକ ଏହାର ସେବା ପାଇବେ।

ସେ ଆହୁରି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି। ମେଟ୍ରୋ ପାଇଁ ମାଟି କେତେ ଉପଯୁକ୍ତ ଅଛି, ବୈଷୟିିକ ଟିମ୍ ସହାୟତାରେ ତାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ତ୍ରିଶୁଳିଆରୁ- ରାଜଭବନ ଛକ ଭିତରେ ଏକାଧିକ ସ୍ଥାନରୁ ମାଟି ନମୁନା ସଂଗ୍ରହ କରି ଅନୁଧ୍ୟାନ ପାଇଁ ପଠାଯାଇଛି। ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ଡିପିଆର।

Leave A Reply

Your email address will not be published.