Odisha Link
Bridging the Missing Links in Odisha

ଫେବ୍ରୁଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ସେହିପରି ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍‌ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସିଏଚଏସ୍‌ ପକ୍ଷରୁ ବୁଧବାର ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ସେହିପରି ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଚଳିତବର୍ଷ ସେପ୍ଟେମ୍ବର ୧୫ରୁ ୩୦ମଧ୍ୟରେ ଫର୍ମ ଫିଲଅପ୍ କରିବେ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ୍ ଦସ୍ତାବିଜ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ପରିଷଦରେ ଦାଖଲ କରାଯିବ।

ବାର୍ଷିକ ପରୀକ୍ଷା ନିମନ୍ତେ ଡିସେମ୍ବର ୨୫ତାରିଖରେ ଆଡମିଟ୍ କାର୍ଡ ଅନଲାଇନରେ ଇସ୍ୟୁ କରାଯିବ । ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବ ।

Leave A Reply

Your email address will not be published.