Odisha Link
Bridging the Missing Links in Odisha

ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମିଳିଲା ପ୍ରଥମ କୁଳପତି, ନିଯୁକ୍ତି ପାଇଲେ ପ୍ରଫେସର ସବିତା ପ୍ରଧାନ

ଓଏଲ୍‌ ବ୍ୟୁରୋ: ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ କୁଳପତି ନିଯୁକ୍ତ କରାଯାଇଛି। ଏବେ ଶାନ୍ତି ନିକେତନ ବିଶ୍ୱଭାରତୀରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ପ୍ରଫେସର ସବିତା ପ୍ରଧାନଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦାଇତ୍ୱ ଦିଆଯାଇଛି। ପ୍ରଥମ କୁଳପତି ଭାବେ କୁଳାଧିପତି ତଥା ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। କୁଳପତି ଭାବେ ସବିତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ପାଠପଢା ଆରମ୍ଭ ହେବ। ୩ଟି ବିଭାଗରେ ଆଡମିଶନ, ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍‌ ରହିବ। ଏହା ସହ ବିଶ୍ଵବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଅଗ୍ରସର ହୋଇଛି। ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିଲେ।

ଚଳିତବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି ବ୍ୟୟ ଅଟକଳ କରାଯାଇଥିଲା।

Leave A Reply

Your email address will not be published.