Odisha Link
Bridging the Missing Links in Odisha

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ: ନିଆଁ ଲିଭାଇବାକୁ ଉଦ୍ୟମ ଜାରି

ଓଏଲ୍‌ ବ୍ୟୁରୋ: ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଥିବା ଜଣା ପଡିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲାଗିବା କାରଣରୁ ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିବାବେଳେ ନିଆଁ ଲିଭାଇବାକୁ ଦମକଳବାହିନୀ ନିୟୋଜିତ କରାଯାଇଛି।

Leave A Reply

Your email address will not be published.