Odisha Link
Bridging the Missing Links in Odisha

ରାଜଧାନୀରେ ଚାଞ୍ଚଲ୍ୟ: ଏକ ବନ୍ଦ ଘରୁ ମିଳିଲା ୨ ଯୁବକଙ୍କ ମୃତଦେହ

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବାଲିଅନ୍ତା ଥାନା ରାମଚନ୍ଦ୍ରପୁରରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଘଟୁଥିବା ଅନେକ ଖବର ଯାହା ବିଚଳିତ କରିଦେଉଛି। କେତେବେଳେ ଏକ ସାଧାରଣ ଲୋକ ଲୁଟର ଶିକାର ହେଲେଣି ତ କେତେବେଳେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡର ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏଭଳି ବାରମ୍ବାର ଘଟୁଥିବା ଅଭାବନୀୟ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.