Odisha Link
Bridging the Missing Links in Odisha

ଷ୍ଟେଜ ଓ୍ବାନ କ୍ୟାନସରରେ ପୀଡ଼ିତ ଥିଲି: ଦୂତି ଚାନ୍ଦ

ଓଏଲ୍‌ ବ୍ୟୁରୋ: ଭାରତ ସହ ସାରା ବିଶ୍ବରେ ଦୌଡ଼କୁଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୂତି ଚାନ୍ଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଭାରତର ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଲାଗୁ ହେବ। ଏହି ଘଟଣାକୁ ନେଇ ଓଡ଼ିଆ ଧାବିକା ଦୂତି ଚାନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମତେ ହୋଇଥିଲା କ୍ୟାନସର। ଷ୍ଟେଜ ଓ୍ବାନ କ୍ୟାନସରରେ ପୀଡ଼ିତ ଥିଲେ। ତେବେ ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଚାଲିଥିଲା। ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା ବୋଲି ଦ୍ରୁତତମ ଧାବିକା ତଥା ଓଡ଼ିଆ ଝିଅ ଦୂତି ଚାନ୍ଦ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଡୋପିଂ ଟେଷ୍ଟରେ ରିପୋର୍ଟ ପଜିଟିଭ୍ ଆସିଥିଲ। ଏହି ଖବର ଶୁଣିବା ପରେ ଅତ୍ୟନ୍ତ ମର୍ମାହତ। ମୁଁ ଅଲିମ୍ପିକ, ଏସିଆନ ଗେମ୍ସ ଆଦି ଖେଳିଛି। ସବୁ କ୍ଷେତ୍ରରେ ମୁଁ ସଫଳ ହୋଇଛି। ତେବେ ଛୁଟିରେ ମୁଁ ଘରେ ଥିବାବେଳେ ଗତବର୍ଷ ନଭେମ୍ବରରେ ମୋର ସାମ୍ପୁଲ ନିଆଯାଇଥିଲା। ଏଥିରେ ମୋର ପଜିଟିଭ ଆସିଥିଲା। ଏହାର କାରଣ ମୁଁ ଜାଣି ପାରି ନଥିଲି। ପରେ ମୁଁ ପୁନର୍ବାର ସାମ୍ପୁଲ ନେବାକୁ କହିଥିଲି। ଗତ ମାର୍ଚ୍ଚରେ ପୁଣି ଥରେ ମୋର ସାମ୍ପୁଲ ନିଆଯାଇଥିଲା। ସେତେବେଳେ ଶରୀରରେ ଯନ୍ତ୍ରଣା ହେଉଥିବାରୁ ପେନ୍ କିଲର ଖାଉଥିଲି। ଏଥିଲାଗି ଫିଜିଓଥେରାପିଷ୍ଟ ତାଙ୍କୁ ହ୍ବାଟସଆପରେ ମେଡିସିନ ଖାଇବାକୁ ପରାମର୍ଶ ଦେଇଥିଲେ।

ଫାର୍ମାସିଷ୍ଟଙ୍କଠାରୁ ମେଡିସିନ ଆଣିଥିବାରୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଏହାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ଚାରି ବର୍ଷ ବ୍ୟାନ କରିଛି ବୋଲି ଦୂତି କହିଛନ୍ତି। ଏନେଇ ନାଡା କହିଥିଲା ସାର୍ଟିଫିକେଟ ପ୍ରସ୍ତୁତ କରିବା ଜରୁରୀ ଥିଲା। ଗତ ୧୦ ବର୍ଷ ଧରି ସେ ବହୁ ଜାତୀୟ କ୍ରୀଡ଼ାରେ ଭାଗ ନେଇଛନ୍ତି। ମାତ୍ର ଡୋପିଂ ଟେଷ୍ଟରେ କେବେ ଫେଲ୍ ହୋଇ ନଥିଲି।

ଦୂତି ଯେଉଁ ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍‌ (ଏଡିଡିପି) ଅଧ୍ୟକ୍ଷ ଚୈତନ୍ୟ ମହାଜନ ଗୁରୁବାର ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଦୂତି ଜାତୀୟ ଆଇନ ଉଲଙ୍ଘନ କରିଥିବା ସ୍ପଷ୍ଟ ହେବା ପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଯାଇଛି।

Leave A Reply

Your email address will not be published.