Odisha Link
Bridging the Missing Links in Odisha

କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି: ୧୨ ଘଣ୍ଟିଆ ବନ୍ଦ ପାଳନ

ଓଏଲ୍‌ ବ୍ୟୁରୋ: କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି। ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଏହାକୁ ପାଳନ କରି ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ରହିବାକୁ ଥିବାବେଳେ ଆଜି ସକାଳୁ ଏହାର ପ୍ରଭାବ ପଡିଛି।

କଣ୍ଟାବାଞ୍ଜି ବନ୍ଦ ଡାକରା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି। ଦୋକାନ ବଜାର ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜିର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି। ଆଗରୁ ମଧ୍ୟ ଜିଲ୍ଲା ଦାବି ନେଇ ଗତ ମାର୍ଚ୍ଚ ୨୫ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିଲା।

Leave A Reply

Your email address will not be published.