Odisha Link
Bridging the Missing Links in Odisha

ଇତିହାସ ରଚିଲା ଭାରତ, ଚନ୍ଦ୍ରପୃଷ୍ଠରେ ଅବତରଣ କଲା ଚନ୍ଦ୍ରଯାନ-୩

ଓଏଲ୍ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟାଇ ଇତିହାସ ରହିଲା ଇସ୍ରୋ। ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ବଢୁଥିବା ଉତ୍କଣ୍ଠାରେ ସଫଳତାର ସ୍ପର୍ଶ ଲାଗିଛି। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଥିବାବେଳେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିଛି। ସ୍ୱୟଂଚାଳିତ ପ୍ରକ୍ରିୟାରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଛି। ଇସ୍ରୋ ମୁଖ୍ୟାଳୟରେ ବସି ବୈଜ୍ଞାନିକଙ୍କ ଟିମ୍ ଏହାକୁ ନିୟନ୍ତ୍ରଣ କରିଛନ୍ତି। ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି।

ସୂଚନା ଅନୁସାରେ, ସୌରମଣ୍ଡଳ ସଂକ୍ରାନ୍ତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଇସ୍ରୋ ଆଶାବାଦୀ ରହିଛି। ସୌରମଣ୍ଡଳ ବାହାରେ ଥିବା ଗ୍ରହ ବିଷୟରେ ବି ତଥ୍ୟ ମିଳିବ। ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ହୋଇଛି ଭାରତ। ତେବେ ଜୁଲାଇ ୧୪ରେ ଏହା ଶ୍ରୀହରିକୋଟାରେ ଉତକ୍ଷେପଣ ହୋଇଥିଲା। ବୈଜ୍ଞାନିକ ମାନଙ୍କର ଦୀର୍ଘ ଦିନର ପରିଶ୍ରମ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ହୋଇଛି।

Leave A Reply

Your email address will not be published.