Odisha Link
Bridging the Missing Links in Odisha

ଭାରତ ଆସିବେ ଜୋ ବାଇଡେନ, ଜି-୨୦ ସମ୍ମିଳନୀରେ ଦେବେ ଯୋଗ

ଓଏଲ୍‌ ବ୍ୟୁରୋ: ପ୍ରଥମଥର ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ପଡ଼ୋଶୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି ବୋଲି ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଭାରତ ଗସ୍ତରେ ଆସିବେ। ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା। ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେଉଛି। ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଥିବା ସୂଚନା ଜାରି ହୋଇଛି।