Odisha Link
Bridging the Missing Links in Odisha

ପୁରୀରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର, ଅକ୍ଟୋବରରେ ସରିବ ପରିକ୍ରମା ପ୍ରକଳ୍ପ

ଓଏଲ୍‌ ବ୍ୟୁରୋ: ଭକ୍ତଙ୍କ ସୁବିଧାକୁ ନଜରରେ ରଖି ପୁରୀ ବଡ଼ଦେଉଳର ୭୫ ମିଟର ପରିଧି ଭିତରେ ଦୁଇଟି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବା ନେଇ ସୂଚନା ପ୍ରକାଶ ପାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ପରିକ୍ରମା ପ୍ରକଳ୍ପ ଓ ଅବଢ଼ା ଯୋଜନାରେ ଓବିସିସି ନିର୍ମାଣ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ୭୫ ମିଟର ପରିଧି ଭିତରେ ଦୁଇଟି ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଏମାର ମଠ ଜାଗାରେ ହିଁ ରଘୁନନ୍ଦନ ପାଠାଗାର ଗୃହ ନିର୍ମାଣ ହେବ। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ପ୍ରତିନିଧି, ଓବିସିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ଅନେକ ଭକ୍ତ ଉପକୃତ ହେବେ। ଆୟୋଜିତ ବୈଠକରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଗାଡ଼ି ପାର୍କିଂ ଆଦି ନିର୍ମାଣ ଅଗ୍ରଗତି ନେଇ ଓବିସିସି ତାଙ୍କ ମତ ରଖିଥିଲେ। ସେହିଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୮ଟି ମଠ ଓ ୨ଟି ମନ୍ଦିରର ପୁନରୁଦ୍ଧାର ହେବ। ଗତକାଲି ସନ୍ଧ୍ୟାରେ ଏନେଇ ବୈଠକ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.