Odisha Link
Bridging the Missing Links in Odisha

ମହିଳା ଏସ୍ଆଇଙ୍କ ମିଳୁନି ପତ୍ତା, କାଲି କରିଥିଲେ ଆତ୍ମହତ୍ୟା ଉଦ୍ୟମ

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରର ସଇଁତଳା ଥାନା ମହିଳା ଏସ୍ଆଇ ବିଷପିଇ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଗୁରୁତର ଏସ୍ଆଇଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ କରିଥିବା ସୂଚନା ରହିଥିଲା। ବର୍ତମାନ ମହିଳା ଏସ୍ଆଇ ଜଣକ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ଚିକିତ୍ସାଳୟରୁ କେଉଁଆଡେ ଫେରାର ହୋଇଥିବା କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଯଦି ଆଜି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରନ୍ତି, ତେବେ ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି କଲେଜ ସୁପରିଟେଣ୍ଡେଣ୍ଟ କହିଛନ୍ତି।