ମାଓବାଦୀଙ୍କ ବର୍ବରକାଣ୍ଡ, ଜାଳିଦେଲେ ଜଙ୍ଗଲ ବିଭାଗର ବିଟ୍ ହାଉସ

ଓଏଲ୍ ବ୍ୟୁରୋ: ନୂଆପଡ଼ା ସଦର ଥାନା ଗୋଳାବନ୍ଧ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଜଙ୍ଗଲ ବିଭାଗର ବିଟ୍ ହାଉସକୁ ମାଓବାଦୀ ଉଡ଼ାଇଦେଇଥିବା ଜଣା ପଡିଛି। ବିଟ୍ ହାଉସ୍ ଉଡ଼ାଇବା ସହ ଏକ ଜେସିବି ଜାଳିଦେଇଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ମାଓ ପୋଷ୍ଟର ମରାଯାଇଛି। ଯାହାକୁ ନେଇ ନୂଆପଡ଼ା ସଦର ଥାନା ଗୋଳାବନ୍ଧ ଗାଁରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।