Odisha Link
Bridging the Missing Links in Odisha

ନିଜ କଲେଜ ପ୍ରତି ପୂର୍ବତନ ଛାତ୍ରଙ୍କ ମହାନତା, ଆଇଆଇଟିକୁ ମିଳିଲା ୧୬୦ କୋଟି ଟଙ୍କା

ଓଏଲ୍‌ ବ୍ୟୁରୋ: ନିଜ ପଢ଼ୁଥିବା କଲେଜ ପ୍ରତି ଭଲପାଇବା ଦେଖାଇଛନ୍ତି ଜଣେ ଛାତ୍ର। ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ’ରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ପ୍ରଥମ କରି ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ’ (ଆଇଆଇଟି) ଜଣେ ଅଜ୍ଞାତ ଦାତାଙ୍କଠାରୁ ୧୬୦ କୋଟି ଟଙ୍କା ପାଇଛି। ଏହି ଚେକ୍‌ ଉକ୍ତ ପ୍ରତିଷ୍ଠାନରେ ଅଧ୍ୟୟନ କରିଥିବା ଜଣେ ଛାତ୍ରଙ୍କ ପାଖରୁ ଆସିଛି, କିନ୍ତୁ ସେ ଏହି ଦାନ କଥା ସମ୍ପୂର୍ଣ୍ଣ ଗୁପ୍ତ ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଜଣା ପଡିଛି। ଏ ଘଟଣାକୁ ‘ଆଇଆଇଟି-ବମ୍ବେ’ର ନିର୍ଦେଶକ ଶୁଭାଶିଷଚୌଧୁରୀ ମନ୍ଦିର ହୁଣ୍ଡିରେ ଲୋକେ ପକାଉଥିବା ଦାନ ଅର୍ଥ ସହିତ ତୁଳନା କରିଛନ୍ତି।

‘ଆଇଆଇଟି-ବମ୍ବେ’ର ନିର୍ଦେଶକ ଶୁଭାଶିଷ ଚୌଧୁରୀ କହିଛନ୍ତି, ପ୍ରଥମ କରି ଆମେ ଅଜ୍ଞାତସୂତ୍ରରୁ ଦାନ ପାଇଲୁ। କହିବାକୁ ଗଲେ, ଆମେରିକାରେ ଏଭଳି ଘଟଣା ଅତି ସାଧାରଣ। କିନ୍ତୁ, ଦାତା ନିଜର ପରିଚୟ ଗୁପ୍ତ ରଖିବାକୁ କହି କୌଣସି ଭାରତୀୟ ବିଶ୍ବବିଦ୍ୟାଳୟକୁ ବ୍ୟକ୍ତିଗତ ଦାନ ଦେଇଥିବେ ବୋଲି ମୋର ମନେହୁଏ ନାହିଁ। ‘ଆଇଆଇଟି-ବମ୍ବେ’କୁ ପ୍ରଦତ୍ତ ଅର୍ଥ ଉଚିତ କାର୍ଯ୍ୟରେ ସଠିକ୍‌ ଭାବେ ବ୍ୟବହାର ହେବ ବୋଲି ଦାତା ଜାଣନ୍ତି। ଦାନ ଅର୍ଥର କିଛି ଅଂଶ ନୂଆ ଭିତ୍ତିଭୂମି ନିର୍ମାଣରେ ଲାଗିବ। କିନ୍ତୁ, ଏଥିରୁ ସବୁଠୁ ଅଧିକ ଅର୍ଥ ବିନିଯୋଗ ଗବେଷଣା କ୍ଷେତ୍ରରେ କରାଯିବ ବୋଲି ‘ଆଇଆଇଟି-ବମ୍ବେ’ର ନିର୍ଦେଶକ ଶୁଭାଶିଷ ଚୌଧୁରୀ କହିଛନ୍ତି।

Leave A Reply

Your email address will not be published.