Odisha Link
Bridging the Missing Links in Odisha

ପୁରୀ କେନାଲରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଓଏଲ୍‌ ବ୍ୟୁରୋ: ବାଲିପାଟଣା ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବାଲିଅନ୍ତା ଅଲାରପୁର ନିକଟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣା ପଡିଥିଲା। ଅନେକ ଖୋଜ ଖୋଜି ପରେ ପୁରୀ କେନାଲରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାୟ ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

ସୂଚନା ଅନୁସାରେ, ଗତକାଲି ଟଙ୍କପାଣି ନିକଟରେ ବୁଡ଼ି ଯାଇଥିଲେ ଛାତ୍ର। ଆଜି ହୀରାପୁରରୁ ଉଦ୍ଧାର ହୋଇଛନ୍ତି। କାଲି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ବୁଡ଼ି ଯାଇଥିଲେ। ୬ ଛାତ୍ର ବୁଲିବାକୁ ଆସିଥିଲା ବେଳେ ଜଣେ ପାଣିରେ ବୁଡ଼ିଗଲେ। ଘଟଣାସ୍ଥଳରେ ଖୋଜାଖୋଜି ଜାରି ପରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.