Odisha Link
Bridging the Missing Links in Odisha

ଭାରତ ପାଇଁ ବର୍ଷା ଅଡ଼ୁଆ: ଆଜି ପାକିସ୍ତାନ, କାଲି ଶ୍ରୀଲଙ୍କା

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଛି। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଖେଳାଯିବ। ଭାରତ-ପାକିସ୍ତାନ ସୁପର ୪ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ଥିବାରୁ ଆଜି ପୁଣି ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବ।

ଚଳିତ ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରି ଦୃଢ଼ ସ୍ଥିତିରେ ଥିବାବେଳେ ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିାଲା। ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି (୨୪.୧ ଓଭର)ଠାରୁ ହିଁ ପୁନଃ ଖେଳିବ।

ଭାରତ ଗତକାଲି ୨୪.୧ ଓଭର ବ୍ୟାଟିଂ କରିଥିଲା। ଆଜି ଏହି ଠାରୁ ବ୍ୟାଟିଂ କରିବ ରୋହିତ ବାହିନୀ। ବିରାଟ କୋହଲି(୮) ଓ କେଏଲ ରାହୁଲ(୧୭) କାଲି ଇନିଂସ ଆରମ୍ଭ କରିବେ। ଭାରତ ଆଜି ୨ ୱିକେଟ ହରାଇ ୧୪୭ ରନ କରିଛି। ଆଉ ସବୁଠୁ ବଡ଼କଥା ହେଲା ଆଜି ଭାରତ ସଂରକ୍ଷିତ ଦିବସରେ ପାକିସ୍ତାନକୁ ଭେଟିବାକୁ ଯାଉଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କା ସହ ସୁପର ୪ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଦଳ ପାଇଁ ବିଶ୍ରାମର ସମୟ ନାହିଁ।

ଗତକାଲି ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗତମ୍ୟାଚର ଭୁଲ ନଦୋହରାଇ ଭାରତୀୟ ଦଳର ଦୁଇ ଷ୍ଟାର ଓପନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା ଦମଦାର ଆରମ୍ଭ କରିଥିଲେ। ଉଭୟ ଚୌକା ଓ ଛକା ମାରି ପାକିସ୍ତାନ ବୋଲରଙ୍କୁ ନୟାନ୍ତ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶୁଭମନ ପ୍ରଥମେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ଏହାପରେ ରୋହିତ ଶର୍ମା ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ। ହେଲେ ଭାରତର ସ୍କୋର ୧୨୧ ଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା ଆଉ ପାକିସ୍ତାନକୁ ମିଳିଥିଲା ପ୍ରଥମ ସଫଳତା। ଅଧିନାୟକ ରୋହିତ ଶର୍ମା ୫୬ ରନ୍‌ କରିଥିବା ବେଳେ ଶଦାବ ଖାନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଠିକ୍‌ ଏହାର ପର ଓଭରରେ ଗିଲ୍‌ ୫୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ।

Leave A Reply

Your email address will not be published.