Odisha Link
Bridging the Missing Links in Odisha

ହାତୀ ସୁରକ୍ଷାକୁ ନେଇ ପଦକ୍ଷେପ, ଆଜି ହାଇକୋର୍ଟରେ ବୈଠକ

ଓଏଲ୍‌ ବ୍ୟୁରୋ: ହାତୀ ମୃତ୍ୟୁ ଓ ହାତୀ ଦ୍ୱାରା ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଉଦବେଗ ପ୍ରକାଶ କଲେ ହାଇକୋର୍ଟ। ଗତ ୨ ମାସରେ ୧୮ ହାତୀ ମୃତ, ହାତୀ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅକାରଣରେ ହାତୀଙ୍କ ଜୀବନ ଯାଉଛି। ଏପରି ସମ୍ଵେଦନଶୀଳ ମାମଲାରେ ଆଜି ହାଇକୋର୍ଟରେ ହାତୀ ସୁରକ୍ଷାକୁ ନେଇ ବୈଠକ ବସିବ।

ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସ ଟିମକୁ ବୈଠକରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାତୀ ମୃତ୍ୟୁ ରୋକିବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ବନ୍ଧରେ ଆବେଦନକାରୀଙ୍କ ଓକିଲଙ୍କୁ ଜଣେଇବା ପାଇଁ ନିର୍ଦ୍ଦେଶ ରହିଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥ ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.