Odisha Link
Bridging the Missing Links in Odisha

ପାକିସ୍ତାନକୁ ହରାଇଲା ଭାରତ, ବାଲୁକାକଳାରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛାର ବାର୍ତ୍ତା

ଓଏଲ୍‌ ବ୍ୟୁରୋ: ଏସିଆ କପ ସୁପର ଫୋରରେ ଭାରତ ପାକିସ୍ତାନକୁ ହରାଇ ବିଶାଳ ବିଜୟ ହାସଲ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ତେବେ ଭାରତର ବିଶାଳ ବିଜୟ ପରେ ବାଲୁକା କଳାରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଟିମ ଭାରତ ବୋଲି ଉଲ୍ଲେଖ କରିଛନ୍ତି।

ପାକିସ୍ତାନ ବିରୋଧରେ ଭାରତର ଦମଦାର ବିଜୟ ହାସଲ କରିଛି। ୫୦ ଓଭରରେ ଭାରତର ସ୍କୋର ୩୫୬ ରନ୍ ହୋଇଥିଲା। ପାରମ୍ପରକି ପ୍ରିତଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି ଭାରତ। ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେର ହୋଇଥିବା ଏହି ଖେଳରେ ଟିମ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା।

ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ରନର ପାହାଡ ଛିଡା କରିଥିଲା ଭାରତ। କୋହଲି ୧୨୨ ଓ ରାହୁଲ ୧୧୧ ରନ କରି ଅପରାଜିତ ରହିଥିଲେ। ଦ୍ୱିତୀୟ ଦିନରେ ୧୪୭ ରନରୁ ଖେଳ ଆରମ୍ଭ କରି ରାହୁଲ ଓ କୋହଲିଙ୍କ ୨୩୩ ରନ ପାର୍ଟନରସିପ୍ ବଳରେ ଭାରତ ୩୫୫ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ଦଳ ୩୨ ଓଭରରେ ୮ ୱିକେଟ ହରାଇ ୧୨୮ ରନ କରିପାରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ୫ ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ମେରଦଣ୍ଡକୁ ଧୂଳିସାତ କରିଦେଇଥିଲେ। ପାକିସ୍ତାନକୁ ବୃହତ ବ୍ୟବଧାନରେ ପରାଜୟ କରିବା ପରେ ସାରା ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଲୋକେ ରାସ୍ତାକୁ ଓହ୍ଲାଇ ଆସି ବାଣ ଫୁଟାଇ ବାଜା ବଜାଇ ହାତରେ ତ୍ରିରଙ୍ଗା ପତାକା ଧରି ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି। ସେପଟେ ଆଜି ସୁପର ଫୋର ମୁକାବିଲାର ନିଜ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଟିମ ଇଣ୍ଡିଆ।

Leave A Reply

Your email address will not be published.