ଆତଙ୍କବାଦୀଙ୍କ ସହ ଗୁଳିବିନିମୟ: ୩ ଦିନରେ ୪ ଯବାନ ସହିଦ୍

ଓଏଲ୍ ବ୍ୟୁରୋ: କାନ୍ଦୁଛି ଜନ୍ମ ମାଟି। ବୀର ଯବାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଗ୍ରାମବାସୀ। ଯବାନଙ୍କ ସହିଦ ଖବରରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ଆଉ ଜଣେ ସହିଦ ହୋଇଛନ୍ତି।
ସୂଚନା ଅନୁସାରେ, ଗତ ୧୩ ତାରିଖରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପରେ ସେନା ଓ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଅଛି।