Odisha Link
Bridging the Missing Links in Odisha

ଏସିଆନ୍‌ ଗେମ୍ସ : ଚୀନରେ ଭାରତୀୟ ମହିଳା କ୍ରିକେଟ ଦଳ ରଚିଲା ଇତିହାସ

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଛି। ଆଉ ଏବେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛି। ବର୍ତ୍ତମାନ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଭାରତ ଆଜି ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି।ଫଳରେ ସମୁଦାୟ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ସେଥିରେ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି।ରୋଇଙ୍ଗରେ ଭାରତର ମେନ୍ସ ଫୋର ଟିମ୍‌ ବ୍ରୋଞ୍ଚ ପଦକ ହାସଲ କରିଛି। ଏହି ଟିମ୍‌ରେ ଯଶୱିନ୍ଦର, ଭୀମ, ପୁନୀତ ଓ ଆଶିଷ ଥିବା ଜଣାଯାଇଛି।

ସୂଚନାଥାଉକି, ଗତକାଲି ଏସିଆନ୍ ଗେମ୍ସ ଆରମ୍ଭ ହୋଇଥିବା ବେଳେ ଭାରତକୁ ୫ଟି ପଦକ ମିଳିଥିଲା। ମେହୁଲି ଘୋଷ, ଆଶି ଚୌକସି ଓ ରମିତାଙ୍କ ଟିମ୍‌ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ସରେ ସିଲଭର ମେଡାଲ ଜିତିଥିଲେ। ଏହାପରେ ରୋଇଙ୍ଗରେ ଭାରତ ଦୁଇଟି ସିଲଭର ଓ ଗୋଟିଏ ବ୍ରୋଞ୍ଚ ମେଡାଲ ହାସଲ କରିଥିଲା। ଏହାପରେ ରମିତା ଜିନ୍ଦଲ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍‌ସରେ ଭାରତ ପାଇଁ ବ୍ରୋଞ୍ଚ ଜିତିଥିଲେ।

Leave A Reply

Your email address will not be published.