Odisha Link
Bridging the Missing Links in Odisha

ଚାଷ କ୍ଷେତ୍ରରେ ସହାୟ ହେବ ଅତ୍ୟାଧୁନିକ ଡ୍ରୋନ୍, ଜାଣନ୍ତୁ କିପରି

ଓଏଲ୍‌ ବ୍ୟୁରୋ: ଭାରତ ସୀମାର ସୁରକ୍ଷାକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ ଅତ୍ୟାଧୁନିକ ରବୋଟିକ୍ ଡ୍ରୋନ୍। ଆର୍ଟିଫିସିଆଲ୍ ଇନ୍ଟିଲେଜେନ୍ସ ବ୍ୟବସ୍ଥା ସଂଯୁକ୍ତ ଥିବା ଏହି ଅତ୍ୟାଧୁନିକ ଡ୍ରୋନକୁ ଜମ୍ମୁ-କାଶ୍ମୀରରେ ପ୍ରଦର୍ଶିତ କରାଯାଇଥିଲା। ଏହି ରବୋଟିକ୍ ଡ୍ରୋନ୍ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କୁହାଯାଉଛି।

ସୀମା ସୁରକ୍ଷା ପରେ ଏବେ ଚାଷ କ୍ଷେତ୍ରରେ ସାର ପକାଇବ ଡ୍ରୋନ୍। ୮ ମିନିଟରେ ଏକର ଜମିରେ ସାର ପଡ଼ିବ। ଚାଷ କ୍ଷେତ୍ରରେ ଏବେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ନାନୋ ଟେକ୍ନୋଲୋଜି। ଚାଷ କ୍ଷେତ୍ରରେ ବହୁଳ ବ୍ୟବହାର ହେଉଥିବା ୟୁରିଆ, ଡିଏପି ପରି ସାର ଏବେ ପାଣି ଆକାରରେ ମିଳିବ ବୋଲି ସୂଚନା ରହିଛି।

ସୂଚନା ଅନୁସାରେ, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ ଅତ୍ୟାଧୁନିକ ରବୋଟିକ୍ ଡ୍ରୋନ୍। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଘଟଣାସ୍ଥଳର ସ୍ଥିତି ଜାଣିବା ପରେ ସୁରକ୍ଷାକର୍ମୀମାନେ ଅପରେସନ୍ ପାଇଁ ଆଗକୁ ବଢ଼ିପାରିବେ। ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଆତତାୟୀଙ୍କୁ କାବୁ କରିବା କିମ୍ବା ନିପାତ କରିବା ଦିଗରେ ସହାୟକ ହେବ। ଏହି ଅତ୍ୟାଧୁନିକ ଡ୍ରୋନ୍ ଉଚ୍ଚ, ପାହାଡ଼ିଆ ଏବଂ ଖାଳୁଆ ସ୍ଥାନରେ ଗତିବିଧି କରିପାରିବ।

ଏହି ରବୋଟିକ୍ ଡ୍ରୋନ୍ ଆବଶ୍ୟକ ତଳେ ପାଣିରେ ମଧ୍ୟ କାମ କରିପାରିବ। ଏହି ଡ୍ରୋନ୍ ୧୬ କୋଜି ଓଜନ ଉଠାଇବା ପାଇଁ ସକ୍ଷମ। ସୁରକ୍ଷାକର୍ମୀମାନେ ଅପରେସନକୁ ଯିବା ପୂର୍ବରୁ ଏହି ଡ୍ରୋନ୍ ଜରିଆରେ ସ୍ଥିତିର ଅନୁଧ୍ୟାନ କରିପାରିବେ। ତେବେ ଏଭଳି ବୈପ୍ଲବିକ ପରିବର୍ତ୍ତନକୁ ନେଇ ସୀମା ସୁରକ୍ଷାବାହିନୀ ଖୁସି ଅନୁଭବ କରିଛନ୍ତି। ତେବେ ଏହି ରବୋଟିକ୍ ଡ୍ରୋନ୍ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ ବୋଲି କୁହାଯାଉଛି।

Leave A Reply

Your email address will not be published.