Odisha Link
Bridging the Missing Links in Odisha

ବିଧାନସଭା ନିର୍ବାଚନ: ଆଜି ୫ ରାଜ୍ୟ ପାଇଁ ହେବ ତାରିଖ ଘୋଷଣା

ଓଏଲ୍ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି।

ଆଜି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଦିଲ୍ଲୀରେ ପ୍ରେସ୍‌ କନ୍‌ଫରେନ୍ସ କରି ନିର୍ବାଚନ ଆୟୋଗ ଏହି ଘୋଷଣା କରିବେ। ମିଜୋରାମ, ଛତିଶଗଡ଼, ଏମ୍‌ପି, ରାଜସ୍ଥାନ, ତେଲେଙ୍ଗାନା ପାଇଁ ତାରିଖ ଘୋଷଣା କରାଯିବ।

Leave A Reply

Your email address will not be published.